ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଦର ଥାନା ଭାପୁର ଅଂଚଳରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସଂପୃକ୍ତ ଅଂଚଳର କେତେକ ଯୁବକ ଦୀର୍ଘ ମାସ ଧରି ଗଣଦୁଷ୍କର୍ମ କରିଆସୁଥିଲେ। ଏ ସଂପର୍କରେ ସଂପୃକ୍ତ ପୀଡ଼ିତା ଗ୍ରାମରେ ଜଣାଇଥିଲେ ମଧ୍ୟ ପାଗେଳି କହି କଥାକୁ କେହି ଗୁରୁତ୍ୱ ନଦେଇ ଚାପି ଦେଉଥିଲେ। ଏହାର ସୁଯୋଗନେଇ ସଂଘବଦ୍ଧଭାବେ କେତେକ ଯୁବକ ଫାଇଦା ଉଠାଇଚାଲିଥିଲେ।
ସଖୀକର୍ମୀମାନେ ପୀଡ଼ିତାଙ୍କୁ ଉଦ୍ଧାର କରି ତାଙ୍କ ଠାରୁ ଘଟଣା ସଂପର୍କରେ ବୁଝିବା ପରେ ଗତକାଲି ସେମାନଙ୍କ ସହଯୋଗରେ ପୀଡ଼ିତା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ସଂପୃକ୍ତ ଅଂଚଳରେ ପହଂଚି ୪ ଜଣଙ୍କୁ ଉଠାଇ ଆଣିବା ସହ ଘଟଣାର ତଦନ୍ତ କରିଥିଲା ଓ ପରେ ଗିରଫ କରିଥିଲା। ସୂଚନା ମୁତାବକ, ଢେଙ୍କାନାଳ ଜିଲା ଭାପୁର ଫାଣ୍ଡି ଅଞ୍ଚଳ ଅନ୍ତର୍ଗତ ମହୁଲପୁଞ୍ଜି ଗ୍ରାମରେ। ପୀଡ଼ିତାଙ୍କ ବାପା ଘରଜ୍ବାଇଁ ହୋଇ ଶ୍ବଶୂର ଘରେ ରହୁଥିଲେ। ମା’ଙ୍କ ପରଲୋକ ପରେ ବିଭିନ୍ନ କାରଣକୁ ନେଇ ସମ୍ପର୍କୀୟ ତାଙ୍କଠାରୁ ଜମିବାଡ଼ି ଛଡ଼ାଇ ନେଲେ।
ଯୁବତୀଙ୍କ ବାପା ବିଭିନ୍ନ ଚାପରେ ପଡ଼ି ମାନସିକ ବିକାରଗ୍ରସ୍ତ ହୋଇଥିଲେ। କିଛିବର୍ଷ ହେଲା ବାପା- ଝିଅ ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ରହୁଥିଲେ। ରାତି ହେଲେ ବାପା ନିଶାସକ୍ତ ଓ ମାନସିକ ବିକୃତ କାରଣରୁ ଶୋଇ ଯାଉଥିଲେ। କବାଟ ବି ବନ୍ଦ କରୁନଥିଲେ। ଏହାର ସୁଯୋଗ ନେଇ ଉକ୍ତ ଗାଁର ୭ ଯୁବକ ରାତି ୧୦ଟା ପରେ ଆସି ଘରେ ପଶୁଥିଲେ। ଯୁବତୀଙ୍କୁ ଛାତ ଉପରକୁ ନେଇ ଜଣକ ପରେ ଜଣେ ଦୁର୍ଷ୍କମ କରୁଥିଲେ।
Comments are closed.