ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ରାଇପୁର ଗ୍ରାମରେ ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘରେ କଳା କନା ବୁଲାଇ ଦେଇଥିବା ଜଣାପଡିଛି। ଏହି ଗ୍ରାମର ଗଗନ ବିହାରୀ ରାଉତ ଗତ ୪ ଦିନ ତଳେ ତାଙ୍କ ପୁଅ ରହୁଥିବା ବେଙ୍ଗାଲୁର ଯାଇଥିଲେ। ତେବେ ଘରେ ତାଙ୍କ ସମ୍ପର୍କୀୟ ରହୁଥିବା ବେଳେ ସମ୍ପର୍କୀୟ ଜଣଙ୍କ ଗତକାଲି ରାତି ୧୦.୪୫ ରେ ଦୋକାନ ବନ୍ଦ କରି ଘରର ଚାବି ଖୋଲିବା ପରେ ଅସବାବପତ୍ର ବିଛୁଡି ହୋଇପଡିଥିବା ଦେଖିଥିଲେ।
ପରେ ଘରୁ ଚୋରି ହୋଇଥିବା ଜାଣିବା ପରେ ପୁଲିସକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଚୋର ମାନେ ସିଡ଼ି ଘର ଆଜବେଷ୍ଟସ ଭାଙ୍ଗି ଘର ମଧ୍ୟରେ ପଶି ଚୋରି କରିଥିବା ପୁଲିସ ଦେଖିବାକୁ ପାଇଥିଲା।ଏହି ସମୟରେ ଚୋର ମାନେ ବ୍ୟବହାର କରିଥିବା ପ୍ଲାସ ଓ ଅନ୍ୟ କିଛି ସାମଗ୍ରୀ ଛାଡିଯାଇଥିବା ବେଳେ ପୁଲିସ ଏହାକୁ ଜବତ କରିଥିଲା।
ତେବେ ଆଜି ଅପରାହ୍ଣରେ ସୋର ପୁଲିସ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହିତ ପହଂଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଶ୍ରୀ ରାଉତଙ୍କ ଘରୁ ପାଉଁଜି , ସୁନା ମୁଦି ୨ ଟି ଓ ସୁନା କାନଫୁଲ ୧ ହଳ ସମେତ ନଗଦ ୪୦ ହଜାରରୁ ଉର୍ଦ୍ବ ଟଙ୍କା ଦୁର୍ବୁର୍ତ୍ତ ମାନେ ଚୋରି କରିଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭାଙ୍ଗି ନଷ୍ଟ କରିଦେଇଥିବା ଜଣାପଡ଼ିଛି।
Comments are closed.