ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀ-ଏନସିଆରରେ ବୁଧବାର ଦିନ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଥିଲା। ଭୂକମ୍ପର କେନ୍ଦ୍ର ପାକିସ୍ତାନ ଥିବା ବେଳେ ଇସଲାମାବାଦ ଓ ଲାହୌରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି |
ସେହିପରି ଭୂକମ୍ପ ଝଟକା ଉତ୍ତରପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଜମ୍ମୁ-କାଶ୍ମୀରରେ ଝଟକା ଅନୁଭୂତ ହୋଇଛି। ଏଥିରେ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ମିଳି ନାହିଁ । ଆଫଗାନିସ୍ତାନରେ ମଧ୍ୟ ଝଟକା ଅନୁଭୂତ ହୋଇଛି । ଗତ ୨ ସପ୍ତାହରେ ୨ୟ ଥର ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।
ଏହା ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକା ଆଫଗାନିସ୍ତାନରେ ମଧ୍ୟ ଅନୁଭୂତ ହୋଇଥିଲା। ଅପରପକ୍ଷରେ ଗତ ଦୁଇ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ଏବଂ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଛି।
Comments are closed.