ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପାଙ୍କ ସନ୍ଦେହଜନକ ମୃତ୍ୟୁ । ୬ ତାଲା ବିଲ୍ଡିଂ ଛାତରୁ ଡେଇଁ ମଲାଇକାଙ୍କ ବାପା ଅନିଲ ଅରୋରାଙ୍କ ମୃତ୍ୟୁ ।ତେବେ ଛାତ ଉପରୁ ଡେଇଁ ଅନିଲ୍ ଅରୋରା ଆତ୍ମହତ୍ୟ କରିଥିବା ଚର୍ଚ୍ଚା । ଏହି ଖବର ପରେ ମଲାଇକା ଆରୋରା ପୁଣେରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଅଭିନେତାଙ୍କ ବାପାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି।

ଏହି ଘଟଣା ବୁଧବାର ସକାଳ ୯ଟାରେ ଘଟିଥିବା ଜଣାପଡିଛି। ଖବରପାଇ ମୁମ୍ବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି କଷ୍ଟ ସମୟରେ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି । ଅରବାଜଙ୍କୁ ମଲାଇକାଙ୍କ ଘର ବାହାରେ ପୋଲିସ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ପୋଲିସର ସୂଚନାନୁସାରେ, ମଲାଇକାଙ୍କ ବାପା ଷଷ୍ଠ ମହଲା ଗ୍ୟାଲେରୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ବାନ୍ଦ୍ରା ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରୁ କୌଣସି ସୂଚନା ପାଇନାହିଁ।  ସେପଟେ ମଲାଇକାଙ୍କ ପୂର୍ବ ସ୍ବାମୀ ଅରବାଜ ଖାନ ଓ ତାଙ୍କ ଅନ୍ୟ ବନ୍ଧୁବାନ୍ଧବ ଏ ଘଟଣା ଜାଣିବା ପରେ ତାଙ୍କୁ ଆଶ୍ବାସନା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହାର ଛାନଭିନ୍ କରୁଛି ପୋଲିସ୍ ।

Comments are closed.