ରାଜ୍ୟରେ ତିଆରି ହେବ ୨ଶହ ଗୋଶାଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଦୁଇ ଶହ ଗୋଶାଳା ତିଆରି କରିବେ ସରକାର । ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଘୋଷଣା କରିଛନ୍ତି। ଏହାସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅପିଲ୍‌‌ କରିଛନ୍ତି ମନ୍ତ୍ରୀ। ଗୋଖାଦ୍ୟ ପାଇଁ ଦୈନିକ ମିଳିବ ୫୪ଟଙ୍କା। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ଏଥିପାଇଁ ୯୦ପ୍ରତିଶତ ଋଣ ଛାଡ ବ୍ୟବସ୍ଥା ମଧ୍ୟ ରହିଛି।

ତେବେ ମନ୍ତ୍ରୀ କହିଛନ୍ତି, କୃତ୍ରିମ ପ୍ରଜନନ କରାଯାଇ ଦୁଗ୍ଧ ଉତ୍ପାଦନ ଅଧିକ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିପାଇଁ ସରକାର ଜିଲ୍ଲାକୁ ୨ଟି ଲେଖାଏଁ ଗାଈ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଯେଉଁମାନେ କି ଅଧିକ ମାତ୍ରାରେ କ୍ଷୀର ଦେଉଥିବେ । ଏହାସହିତ ମନ୍ତ୍ରୀ ଏହାବି କହିଛନ୍ତି ଯେ, ସରକାରଙ୍କ ଯୋଜନା ରହିଛି ଯେ, ୨୦୦ଟି ଗୋଶାଳା ନିର୍ମାଣ କରାଯିବ ।

ଏଥିସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ । ଏହାସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଯେ ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି । ଏନେଇ ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି । ଏଥିସହିତ ଗୋଖାଦ୍ୟ ପାଇଁ ଦୈନିକ ୫୪ ଟଙ୍କା ମିଳିବ ।

Leave A Reply

Your email address will not be published.