ପୁରୀ ବେଳାଭୂମିରେ ଖୋଲିବନି ମଦ ଦୋକାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ମୋହନ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ରାଜ୍ୟର ଧର୍ମାନୁଷ୍ଠାନ ଅଞ୍ଚଳରେ ମଦ ଦୋକାନ ଖୋଲିବନି।  ଏଥିସହିତ ପୁରୀ ପୌରାଞ୍ଚଳରେ ମଧ୍ୟ ମଦ କ୍ୟାବିନ୍‌ ଖୋଲିବାକୁ ବାରଣ କରାଯାଇଛି ।

ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବାକାରୀ ନୀତିରେ କିଛି ଏଭଳି ପରିବର୍ତ୍ତନ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିରେ ପୁରୀ ବେଳାଭୂମିରେ ମଦ ବ୍ରିକି ପାଇଁ ଛୋଟ ଛୋଟ କୁଟୀର ଖୋଲିବାପାଇଁ ଯୋଜନା କରିଥିଲେ। ଯାହାକୁ ନେଇ ତ୍ରୀବ ବିରୋଧ ଆରମ୍ଭ ହୋଇଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ପୁରୀ ସିଂହଦ୍ବାର ସମ୍ମୁଖରେ ଦୀପ ଦାନ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଖାଲି ସେତିକି ନୁହେଁ ବୁଦ୍ଧିଜୀବି, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସମସ୍ତେ ମହୋଦଧି ଛାତିରେ ମଦ ବିକ୍ରିକୁ ନିନ୍ଦା କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ଅବକାରୀ ନୀତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏଥିରେ ଖାଲି ପୁରୀରେ ନୁହେଁ ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବନି  । କୌଣସି ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ରହିବନି ବୋଲି ଏହି ନୀତିରେ ଦର୍ଶାଯାଇଛି ।

Leave A Reply

Your email address will not be published.