ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି; ଜନ୍ମଦିନରେ କରିବେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱରେ ପହଞ୍ଚିଲେ ମୋଦି। ସ୍ବତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରେ ପହଞ୍ଚିଛନ୍ତି। ସେଠାରୁ ସେ ସିଧା ଗାଡ଼କଣ ବସ୍ତିକୁ ଯିବେ ସେଠାରେ ପିଏମ୍‌ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହାପରେ ଜନତା ମଇଦାନ ଆସିବେ। ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ଆଜି ନିଜ ଜନ୍ମଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ।

ଏଥିପାଇଁ ରାଜଧାନୀର ଜନତା ମୈଦାନରେ ଭବ୍ୟ ଆୟୋଜନ ହୋଇଛି ।  ଆକର୍ଷଣୀୟ ଷ୍ଟେଜ ସାଙ୍ଗକୁ 4ଟି ସେଡ୍ କରାଯାଇଛି। ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା ,ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବସିବାର ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଖାଦ୍ୟ, ପାନୀୟ, ଶୌଚାଳୟ ସମେତ ପୋଲିସ କଣ୍ଟ୍ରୋଲ ରୁମ୍ ଆଦିର ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷେ ମୋଦିଙ୍କୁ କ୍ଷିରୀ ଖାଇବାକୁ ଦେବେ ମହିଳା। ଗାଡ଼କଣ ଗାଁକୁ ଯିବା ଅବସରରେ ତାଙ୍କୁ ଏହି କ୍ଷିରୀ ଖାଇବାକୁ ଦିଆଯିବ । ପିଏମ୍‌ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ଏନେଇ ପ୍ରସ୍ତୁତି ହୋଇଛି।

ତାଙ୍କ ବୋହୂ ସୁସ୍ବାଦୁ କ୍ଷିରୀ ପ୍ରସ୍ତୁତ କରିଛନ୍ତି। ତେବେ ଚଳଚଞ୍ଚଳ ହୋଇ ଉଠିଛି ଜନତା ମଇଦାନ । ସୁଭଦ୍ରା ଯୋଜନା ପାଇଁ ଉତ୍ସାହିତ ହୋଇପଡ଼ିଛନ୍ତି ମହିଳା। ୧୧ଟା ୫୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ପ୍ରାୟ ୧ ଘଣ୍ଟା ରହି ଅପରାହ୍ନ ୧ଟା ୨୦ ମିନଟରେ ନୂଆଦିଲ୍ଲୀଫେରିଯିବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଥମଥର ମୋଦି ଓଡ଼ିଶାରେ ତାଙ୍କ ଜନ୍ମଦିନ ପାଳନ କରିବେ ଏ ନେଇ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.