ନିଲମ୍ବିତ ଆଇଆଇସିଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସବୁ ପରୀକ୍ଷାର ସମ୍ମୁଖୀନ ପାଇଁ ରାଜି ହୋଇଛନ୍ତି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର। ଆଜି ଏସଡିଜେଏମ୍ କୋର୍ଟରେ ହାଜର ହୋଇ ସେ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ପାଇଁ ସେ ରାଜି ହୋଇଥିବା ଜଣାଯାଇଛି।

ଏଥିପାଇଁ ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଛନ୍ତି ଦୀନକୃଷ୍ଣ। ଯେ କୌଣସି ତଦନ୍ତ ପାଇଁ ସେ ରାଜି ବୋଲି କହିଛନ୍ତି। ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଗତ ୧୪ ତାରିଖରେ ଦିଆଯାଇଥିବା ନିର୍ଯାତନା ଘଟଣା ସବୁଠି ନିନ୍ଦା ହେବା ପରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍‌‌। ଏଥିରେ ପୂର୍ବରୁ ଦୀନକୃଷ୍ଣଙ୍କ ସହ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ।

ଏହାପରେ ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ଗତକାଲି କ୍ରାଇମବ୍ରାଞ୍ଚ ଏସଡିଜେଏମ କୋର୍ଟରେ ଆବେଦନ କରିଥିଲା। ଗତ ୧୫ ତାରିଖ ରାତିରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୁଲିସ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଇଆଇସି ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।

Comments are closed.