ପୌର ନିର୍ବାଚନ ଲାଗି ଆଜି ମତଦାନ ଚାଲିଛି। ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ। ପୌର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ମହାନଗର ନିଗମର ଏରୋଡ୍ରମ ୟୁପି ସ୍କୁଲ୍ ୫୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରୁ ପୋଲିଂ ବୁଥକୁ ଚାଲି ଚାଲି ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପରେ ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଫାଇଭ ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ ଏବଂ ପତ୍ନୀ ତଥା ଆଇଏଏସ ସୁଜାତା କାର୍ତିକେୟନ ମଧ୍ୟ ଭୋଟ ଦାନ କରିଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନିଜ ଧର୍ମପତ୍ନୀଙ୍କ ସହ ରାଜଧାନୀର ୬୦ ନମ୍ବର ୱାର୍ଡର ୬୨୦ନମ୍ବର ବୁଥରେ ମତଦାନ କରିଛନ୍ତି। ଏଣେ ଭୁବନେଶ୍ବରର ବିଜେଡି ମେୟର୍ ପ୍ରାର୍ଥୀ ସୁଲୋଚନା ଦାସ, କଂଗ୍ରେସ ମେୟର୍ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଓ ବିଜେପିର ମେୟର୍ ପ୍ରାର୍ଥୀ ସୁନୀତି ମୁଣ୍ଡ ବି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।
ସକାଳ ୯ଟା ସୁଦ୍ଧା ୧୦% ମତଦାନ ହୋଇଥିବା ନେଇ SECଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।ଯେହେତୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ ତେଣୁ ମତଦାନ ହାର ନିଶ୍ଚିତ ଭାବେ ଉତ୍ସାହଜନକ ରହିବ ବୋଲି ଆଶା କରାଯାଉଛି।