ଓଲିଉଡ୍ ଷ୍ଟାରଙ୍କୁ ରହିଛି ନକ୍ସଲ ଭୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅପହରଣ ହୋଇପାରନ୍ତି ଓଡିଆ ଫିଲ୍ମର ଅଭିନେତା । ସତର୍କ କରାଇଲା ଓଡିଶା ପୋଲିସର ଗୁଇନ୍ଦା ବିଭାଗ । ବଲାଙ୍ଗୀର ଖପ୍ରାଖୋଲ ଅଞ୍ଚଳରେ ଏବେ କୌଣସି ଓଡିଆ ଫିଲ୍ମର ସୁଟିଂ ଚାଲିଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ମୁଖ୍ୟ ଷ୍ଟାରଙ୍କୁ ମାଓବାଦୀ ମାନେ ଅପହରଣ କରିବା ପାଇଁ ଯୋଜନା କରୁଥିବା ଖବର, ଓଡିଶା ପୋଲିସର ଗୁଇନ୍ଦା ବିଭାଗର ହାତରେ ଲାଗିଛି ।

ଏନେଇ ଜିଲ୍ଲା ପୁଲିସକୁ ସତର୍କ କରାଇଛି ଗୁଇନ୍ଦା ବିଭାଗ।। ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି।  ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି। ଦୁର୍ଗମ ଗାଁ ଗୁଡିକରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲିଥିବା ବେଳେ କଳାକାର ଓ ଅନ୍ୟମାନେ ନିକଟରେ ରହୁଛନ୍ତି। ନାମୀଦାମୀ ପ୍ରଯୋଜକ ଓ ଜଣାଶୁଣା ଓଲିଉଡ ଷ୍ଟାର ସେଠାରେ ରହୁଛନ୍ତି। ନକ୍ସଲମାନେ ଏହି ଫିଲ୍ମର ଷ୍ଟାର କଳାକାରଙ୍କୁ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଇଛି। ତେବେ ଖପ୍ରାଖୋଲ ଏକ ମାଓ ଅଞ୍ଚଳ ।

ସେଠାରେ ନିତି ଦିନ କିଛି ନା କିଛି ମାଓ କାର୍ଯ୍ୟକଳାପ ଦେଖିବାକୁ ମିଳିଥାଏ । ହେଲେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ କୌଣସି ଏକ ଓଡିଆ ଫିଲ୍ମର ସୁଟିଂ ଚାଲିଥିବା ସୂଚନା ମିଳିଛି । ଯାହାର ନାମୀଦଦାମୀ ଏବଂ ଜଣାଶୁଣା ଅଭିନେତା, ଅଭିନେତ୍ରୀ ଏବଂ ପ୍ରଯୋଜକମାନେ ସେହି ନିକଟରେ ହିଁ ରହୁଛନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ଉକ୍ତି ଫିଲ୍ମର ମୁଖ୍ୟ ଅଭିନେତାଙ୍କୁ ଅପହରଣ କରିବା ପାଇଁ କାଲେ ଚାଲ୍ କରୁଛନ୍ତି ମାଓବାଦୀ ମାନେ । ଏଥିପାଇଁ ସେଠାରେ ଜିଲ୍ଲା ପୋଲିସ୍ ପ୍ରଶାସନକୁ ସତର୍କ କରାଇଦିଆଯାଇଛି ।

Comments are closed.