ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖାଇବା ଥାଳିରୁ ବାହାରିଲା ଝିଟିପିଟି ସହ ବିଛା। ଏଭଳି ଘଟଣା ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ ଘଟିଛି। ଯାହା ପରେ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।

ତେବେ ସୂଚନା ମୁତାବକ,  ଶୁକ୍ରବାର ରାତିରେ ପିଲାମାନଙ୍କୁ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା । ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୂରେବରୁ ମଧ୍ୟ ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା ବାହାରୁଥିବା ପିଲାମାନେ ଅଭିଯୋଗ କରିଆସୁଥିବା ଅଭିଯୋଗ ହୋଇଛି ।

ହଷ୍ଟେଲ କର୍ତ୍ତୃପକ୍ଷ ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ । ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ଗତକାଲି ଖାଇବାରେ ବିଛା ବାହାରିବାପରେ ସେହି ଖାଇବା ଫୋପାଡ଼ି ଦିଆଯାଇଥିଲା, ପୁଣି ଥରେ ଖାଇବା ତିଆରି କରାଯାଇ ପିଲାଙ୍କୁ ଖାଇବାକୁ ଦିଆଯାଇଛି ।

Leave A Reply

Your email address will not be published.