ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର “ଜବରଦସ୍ତ ଜ୍ବାଇଁ” ର ଅଡିଓ ଲୋକାର୍ପଣ

ଅକ୍ଟୋବର ୨୦, ସନ୍ଧ୍ୟା ୬:୩୦ ରେ ପ୍ରସାରଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଓଡିଆ ଘରର ପରମ୍ପରା ଓ ରୀତିନୀତିକୁ ନେଇ ଅନେକ ମନୋଲୋଭା ଧାରାବାହିକ ଦେଇ ନିଜର ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଭେଟି ଦେଉଛି ଜୀ ସାର୍ଥକ। ଆସନ୍ତା ୨୦ ଅକ୍ଟୋବର ରବିବାର ସନ୍ଧ୍ୟା ୬:୩୦ରେ ପ୍ରସାରଣ ହେବାକୁ ଯାଉଛି ମନୋରଞ୍ଜନ ଭିତ୍ତିକ ହାସ୍ୟ ରସରେ ଭରପୁର ଫିଲ୍ମ “ଜବରଦସ୍ତ ଜ୍ବାଇଁ”। ଯାହାର ପ୍ରଯୋଜକ ଅଛନ୍ତି କବୀର ଦାସ ଓ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି l ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଏକ ଘରୋଇ ହୋଟେଲ ରେ ଏହି ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ହୋଇଯାଇଛି। ଏହି ଅଡିଓ ଲୋକାର୍ପଣ ଉତ୍ସବରେ ଜୀ ସାର୍ଥକ ଚାନେଲ ଚିଫ ଶ୍ରୀ ପ୍ରତୀକ ସିଲ୍, ପ୍ରୋଗ୍ରାମିଂ ମ୍ୟାନେଜର ତନ୍ମୟ ମିଶ୍ର, ନନ୍ ଫିକ୍ସନ ଗ୍ରୁପ ହେଡ଼ ସାଇ କିରଣ ମଙ୍ଗରାଜ, କମରସିଆଲ ହେଡ଼ ଜଗଦୀଶ୍ଵର, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅଭିନେତା ଦୀପନ୍ୱିତ ଦାସ ମହାପାତ୍ର, କେକେ, ଭକ୍ତି, ଜୀବନ ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ଐଶ୍ଵରୀୟା, କଣ୍ଠଶିଳ୍ପୀ ଚିରାଗ ଦୀପ, ଶୀତଲ କବି ପ୍ରମୁଖ ଉପସ୍ଥିତ ଥିଲେ |

ବାଲେଶ୍ଵରର ଏକ ଛୋଟିଆ ସ୍ଥାନରୁ ଚାକିରୀ ପାଇଁ ଆସି ସଂଘର୍ଷ କରୁଥିବା ଯୁବକ ପ୍ରଭାତ ର ଏହି କାହାଣୀ। ଅର୍ଥ ବାଧକ ସାଜିବାରୁ ଘରୁ ପାଦ କାଢ଼ି ରାଜଧାନୀ ଭୁବନେଶ୍ଵର ଆସିଛି କାମ ପାଇଁ। କାମ ମିଳିଛି କିନ୍ତୁ ଏକା ସହ ଦୁଇ ଜଣ ଅବୁଝା ମାଲିକ ପାଖରେ । ଉଭୟେ ମାଲିକ ପ୍ରଭାତକୁ ପସନ୍ଦ କରିବା ସହିତ ନିଜ ଝିଅର ବାହାଘର ପ୍ରଭାତ ସହିତ କରିବେ ବୋଲି ମନେ ମନେ ସ୍ଥିର କରିସାରିଛନ୍ତି । ମାଲିକକୁ ଓ ମାଲିକଙ୍କ ଝିଅକୁ ଖୁସିରେ କେମିତି ପ୍ରଭାତ ସବୁବେଳେ ରଖିବ ଏହି ଦୋ ଛକିରେ ଦେଖାହେଇଚି ସିନା ସହିତ। ଦୁହିଁଙ୍କ ଭିତରେ ବିଭିନ୍ନ ପରିସ୍ଥିତି ସାମ୍ନାକୁ ଆସିବା ଯୋଗୁଁ ଉଭୟଙ୍କ ମଧ୍ୟରେ ଗଢ଼ିଉଠିଛି ପ୍ରେମ ସମ୍ପର୍କ। ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି ଦୀପନ୍ଵିତ ଦାସ ମହାପାତ୍ର, କୁକିଜ୍ ସ୍ୱାଇଁ, କେ.କେ, ଚୌଧୁରୀ ଜୟପ୍ରକାସ ଦାସ ଓ ଜୀବନ ପଣ୍ଡା ପ୍ରମୁଖ l

ତେବେ ଆଗକୁ କାହାଣୀରେ କ’ଣ ହେବ? ଦୁଇ ମାଲିକଙ୍କ ଝିଅ ମଧ୍ୟରୁ ପ୍ରଭାତ କାହାକୁ ଚୟନ କରିବେ? ଏ ସବୁ ଜାଣିବା ପାଇଁ ଦେଖିବାକୁ ଭୁଲିବେନି ଅକ୍ଟୋବର ୨୦ ତାରିଖ ରବିବାର ସନ୍ଧ୍ୟା ୬:୩୦ରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଜବରଦସ୍ତ ଜ୍ବାଇଁ ‘ କେବଳ ଜୀ ସାର୍ଥକରେ। ପୂର୍ବରୁ ସବୁ ଫିଲ୍ମ ଯେମିତି ଦର୍ଶକଙ୍କୁ ମନୋରଞ୍ଜନ ଦେଇଆସିଛି ଏହି ଫିଲ୍ମ ତା’ ଠାରୁ ଅଧିକ ଓ ଅଲଗା ମନୋରଞ୍ଜନ ଯୋଗାଇବ ବୋଲି କହିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର୍ ଶ୍ରୀ ପ୍ରତୀକ ସିଲ୍‌ l

Leave A Reply

Your email address will not be published.