ଜାତୀୟ ରାଜପଥ ନିକଟରେ ଜବରଦଖଲ ଉଛେଦ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାତୀୟ ରାଜପଥ ନିକଟରେ ଜବରଦଖଲ ଉଛେଦ | ବାଲେଶ୍ୱର ଜିଲ୍ଲା ସୋର ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ନିକଟରେ ଜବରଦଖଲ ଉଛେଦ କରିଛନ୍ତି କର୍ତ୍ତୃପକ୍ଷ।

ଉତ୍ତରେଶ୍ୱର ଏବଂ କଲେଜଛକ ରେ ଥିବା ସଂକୀର୍ଣ୍ଣ ଗଳାପୋଲରେ ଯାତାୟତର ଅନେକ ସମାସ୍ୟା ହେଉଥିବାରୁ,ଏହାକୁ ଚଉଡା କରିବା ଦାବିରେ ସୋର ନାଗରିକମଞ୍ଚ ନେତୃତ୍ୱରେ ସୋର ବାସୀ ୧୬ନଂ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ।

ଫଳରେ ଏହି ରାସ୍ତାରେ ଶହ ଶହ ଗାଡି ରାସ୍ତାର ଦୁଇ ପଟରେ ଅନେକ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା।ପ୍ରଶାସନ ଓ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ପରେ ଆନ୍ଦୋଳନରୁ ଉଠିଥିଲେ ଆନ୍ଦୋଳନକାରୀ।ଆଜି ସେହି ପ୍ରତିଶୃତି ଅନୁସାରେ ସ୍ଥାନୀୟ ପ୍ରଶାସନ ସହଯୋଗରେ ରାଜପଥ ଜବରଦଖଲ ଉଛେଦ କରିଛନ୍ତି ରାଜପଥ କର୍ତ୍ତୃପକ୍ଷ।

Comments are closed.