ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାୟଗଡା ସହର ରାନିଗୁଡ଼ାରେ ଆଜି ସକାଳେ ଘଟିଛି ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଓ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି | ଗୁରୁତର ମାନେ ହେଲେ ଡି. ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା ସମସ୍ତେ ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ ଗୋଟିଏ ଭଡାଘରେ ରହୁଥିଲେ ।
ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନ୍ କରିବା ପରେ ହଠାତ୍ ଟାଙ୍କିରେ ନିଆଁ ଲାଗିଥିଲା ଯାହା ଫଳରେ ୩ ଜଣ ଗୁରୁତର ହୋଇଥିଲେ । ସୂଚନା ମୁତାବକ, ତିନି ଜଣ ଆଇଆପ୍ପା ଦୀକ୍ଷା ନେଇଥିବା ଏକ ଭଡାଘର ନେଇ ରହୁଥିଲେ । ଗ୍ୟାସ୍ ଲିକେଜ ଥିବା କାରଣରୁ, ଗ୍ୟାସ୍ ଅନ କରିବା ମାତ୍ରେ ଜୋରରେ ନିଆଁ ଲାଗି ଧରି ବ୍ଲାଷ୍ଟ ହୋଥିଲା । ଘର କବାଟ ବନ୍ଦ ଥିଲା ଏବଂ ଦୁଇଜଣ ସୋଇଥିଲେ ଏବଂ ଅନ୍ୟ ଜଣେ କୌଣସି କାର୍ଯ୍ୟ ନିମନ୍ତେ ଗ୍ୟାସ୍ ଅନ୍ କରିଥିଲେ ।
କାଵଟ ବନ୍ଦ ଥିବା ହେତୁ ୩ ଜଣ ଅଧିକ ମାତ୍ରାରେ ଗୁରୁତର ହୋଇଛନ୍ତି ।ଖବର ପାଇ ସାଥୀ ଭକ୍ତ ପହଞ୍ଚି ପ୍ରଥମେ ସେମାନଙ୍କୁ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଅନ୍ୟ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି।