ପାରାଦୀପ ହେଉଛି ପ୍ରଗତିର ମୁଖଶାଳା- ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରାଦୀପ ହେଉଛି ପ୍ରଗତିର ମୁଖଶାଳା । ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବକୁ ଉଦଘାଟିତ କରି ଏଭଳି କହଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାରାଦୀପ ବନ୍ଦରରେ ଅନୁଷ୍ଠିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପତାକା ଦେଖାଇ କଲେ ଶୁଭାରମ୍ଭ। ଏହି ଅବସରରେ ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରାକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଉଦ୍‌ଘାଟନ ଅବସରରେ ପାରାଦୀପବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ ବନ୍ଦର ପ୍ରଗତିର ମୁଖଶାଳା। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ଆମ ମାନଙ୍କ ପାଇଁ ପ୍ରେରଣା । ସେମାନଙ୍କ ଉଦ୍ୟମ ବଳରେ ଆମ କଳିଙ୍ଗ ବୈଭବଶାଳୀ ହୋଇଥିଲା । ଆଜି ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ଏହା ଆଜି ଦେଶରେ ଏକ ନମ୍ବର ବନ୍ଦର ହୋଇପାରିଛି ।

ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଦୁଇଗୁଣା କରିବ । ନୂଆ ନୂଆ ନିବେଶ ସହ ଏଠାକାର ଯୁବପିଢି ନିଯୁକ୍ତି ପାଇବେ । ମୁମ୍ବାଇ ପରେ ସରକାର ସିଙ୍ଗାପୁର ଯାଇ ନିବେଶକଙ୍କୁ ନିମନ୍ତ୍ରଣ ଦେବେ । ପୋର୍ଟ ବେସ୍‌ଡ ଶିଳ୍ପ ପାଇଁ ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶ ହେବ ।

Comments are closed.