ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରିଛି ଧର୍ମ ମାସ କାର୍ତ୍ତିକ, ବ୍ରତ ସାରି ଫେରିଯାଉଛନ୍ତି ହବିଷ୍ୟାଳି। ଶ୍ରୀମନ୍ଦିରରେ ଭିଡ଼ କମିଥିବାରୁ ଆଜିଠୁ ପୁଣି ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ୪ଦ୍ୱାର। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଚାରିଦ୍ବାର ଦେଇ ଭକ୍ତ ଭିତରକୁ ପ୍ରବେଶ କରିପାରିବେ କିନ୍ତୁ କେବଳ ତିନି ଦ୍ବାର ଦେଇ ଭକ୍ତ ମାନେ ବାହାରକୁ ବାହାରିପାରିବେ । କେବଳ ଉତ୍ତର ଦ୍ଵାର, ପଶ୍ଚିମଦ୍ଵାର ଏବଂ ଦକ୍ଷିଣ ଦ୍ଵାର ବାଟେ ଶ୍ରଦ୍ଧାଳୁମାନେ ବାହାରକୁ ବାହାରିବେ। ସିଂହ ଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରସ୍ଥାନ କରିବେ। ହେଲେ ସେବକ ଓ ତାଙ୍କ ପରିବାର ଲୋକେ କିନ୍ତୁ ସମସ୍ତ ୪ ଦ୍ୱାର ଦେଇ ପ୍ରବେଶ ସହ ପ୍ରସ୍ଥାନ କରିପାରିବେ।
କାର୍ତ୍ତିକ ମାସ ପାଇଁ ଗତ ୧୮ ତାରିଖରୁ ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ, ହେଲେ ଅହେତୁକ ଭିଡ଼ ପାଇଁ ପଞ୍ଚୁକ ୪ ଦିନ ପଶ୍ଚିମ ଦ୍ୱାର ରବାଟେ ବି ପ୍ରବେଶ କଟକଣା ଲଗାଇ କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ା ଯାଉଥିଲା।