ଓଡ଼ିଆ ନ୍ୟୁଜ୍: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବେ। ହନି ଟ୍ରାପ ମାମଲାରେ ବିବାଦ ଘେରକୁ ଆସିଥିଲେ ଏହି ପତିପତ୍ନୀ। ଯଦିଓ ସେତେବେଳେ ଏହି ହନିଟ୍ରାପ ମାମଲାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସଂପୃକ୍ତି ଥିବା ଦାବି କରାଯାଉଥିଲା ଏବେ କିନ୍ତୁ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ପତ୍ନୀ ଅର୍ଚ୍ଚନା ନାଗଙ୍କୁ ଛାଡପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ସ୍ବାମୀ ଜଗବନ୍ଧୁ ଚାନ୍ଦ। ଭୁବନେଶ୍ୱର ଫ୍ୟାମିଲି କୋର୍ଟରେ ମାମଲା ରୁଜୁ ହୋଇଛି। ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗ ଚର୍ଚ୍ଚିତ ଚେହେରା ପାଲଟିଛି। ରାଜଧାନୀର ଲେଡି ବ୍ଲାକମେଲର ଭାବେ ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିଲା।
ଏହି ମାମଲା ସମଗ୍ର ରାଜ୍ୟର ଆଲୋଡ଼ନ ବିଷୟ ପାଲଟିଥିଲା। ଏନେଇ ଅଭିଯୋଗ ହେବା ପରେ ଅର୍ଚ୍ଚନା ନାଗ ଚମ୍ପଟ ମାରିଥିଲା । ପରବର୍ତ୍ତୀ ସମୟରେ ଅର୍ଚ୍ଚନାକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ୍। ଏଥିସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଓ ବନ୍ଧୁ ଖଗେଶ୍ୱରଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ୍ ଝାରପଡ଼ା ଜେଲ୍ ପଠାଇ ଦେଇଥିଲା। ଏହି ମାମଲାରେ ପୂର୍ବରୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ୍ ମିଲିଥିଲା। ତା’ପରେ ସେ ଜେଲ୍ରୁ ବାହାରିଥିଲେ। ପରେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଥିଲା। ଜେଲରୁ ବାହାରିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଜଗବନ୍ଧୁ ଅର୍ଚ୍ଚନାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି।