ଓଡ଼ିଆ ନ୍ୟୁଜ୍: ଭାରତର ଆଟାକ୍ ପରେ ପାକିସ୍ତାନରେ ଆତଙ୍କ । ତେବେ ଯାହା ଶୁଣିବାକୁ ମିଳିଛି ଏପରି ସ୍ଥିତିରେ ପାକିସ୍ତାନ ସରକାର ସେନା ମୁଖ୍ୟଙ୍କୁ ହଟାଇ ଦେଇଛନ୍ତି । ଅର୍ଥାତ୍ ତାଙ୍କୁ ହେପାଜତକୁ ନିଆଯାଇଛି। ଅସୀମ ମୁନୀରଙ୍କ ଉପରେ ତାଙ୍କର ବ୍ୟକ୍ତିଗତ ଏଜେଣ୍ଡା ଅନୁସରଣ କରିବାର ଅଭିଯୋଗ ଆସିଛି।ସୟଦ ଅସୀମ ମୁନିର ଅହମ୍ମଦ ଶାହ ପାକିସ୍ତାନର ସେନାମୁଖ୍ୟ ଥିଲେ । ସେ ଭାରତ ବିରୋଧରେ ନିରନ୍ତର ବିଷ ଓଗାଳୁଥିଲେ । ୨୦୨୨ ମସିହାରୁ ସେ ପାକିସ୍ତାନ ସେନାର ୧୧ତମ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ।
ସେନା ମୁଖ୍ୟ ହେବା ପୂର୍ବରୁ, ସେ GHQରେ କ୍ୱାର୍ଟରମାଷ୍ଟର ଜେନେରାଲ ଭାବରେ ନିଯୁକ୍ତ ଥିଲେ। ସେନା ମୁଖ୍ୟଙ୍କୁ ସାଧାରଣତଃ ୩ ବର୍ଷ ପାଇଁ ନିଯୁକ୍ତ କରାଯାଏ। ଏହି ଅନୁସାରେ, ଅସୀମ ମୁନିରଙ୍କ କାର୍ଯ୍ୟକାଳ ନଭେମ୍ବରରେ ଶେଷ ହେବାକୁ ଯାଉଥିଲା କିନ୍ତୁ ଆଇନ ପରିବର୍ତ୍ତନ କରି ଏହାକୁ ୩ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରାଯାଇଥିଲା । ଏହା ପରେ, ଅସୀମ ମୁନିରଙ୍କ କାର୍ଯ୍ୟକାଳ ନଭେମ୍ବର ୨୦୨୭ ପର୍ଯ୍ୟନ୍ତ ଥିଲା କିନ୍ତୁ ଖବର ଅନୁସାରେ, ତାଙ୍କୁ ଏବେ ହେପାଜତକୁ ନିଆଯାଇଛି। ପାକିସ୍ତାନକୁ ଏବେ ଜଣେ ନୂତନ ସେନା ମୁଖ୍ୟ ମିଳିପାରେ।