ତୁର୍କୀରେ ଭୂମିକମ୍ପ ଝଟକା

0

ଓଡ଼ିଆ ନ୍ୟୁଜ୍: ତୁର୍କୀରେ ଶକ୍ତିଶାଳୀ ଭୂମିକମ୍ପ ଝଟକା। ରିକ୍ଟର ସ୍କେଲରେ ୫.୨ ମାପରେ ଏହି ଭୂକମ୍ପ ଇସ୍ତାନବୁଲ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି। ତୁର୍କୀର ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିଚାଳନା ଏଜେନ୍ସି (AFAD) ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମର୍ମରା ସାଗର ନିକଟବର୍ତ୍ତୀ ସିଲିଭ୍ରି ଅଞ୍ଚଳରେ ଥିଲା।

ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁଁ କୌଣସି ପ୍ରାଣହାନୀ କିମ୍ବା ବଡ଼ ଧରଣର କ୍ଷୟକ୍ଷତିର ଖବର ମିଳିନାହିଁ। ତେବେ, ଏପ୍ରିଲ ୨୦୨୫ରେ ଇସ୍ତାନବୁଲରେ ଆଉ ଏକ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ଆତଙ୍କ ଓ ଭୟ ଯୋଗୁଁ ଲୋକେ ଘରୁ ବାହାରି ପଳାଇଥିଲେ। ସେହି ଘଟଣାରେ ପ୍ରାୟ ୨୩୬ ଜଣ ଆହତ ହୋଇଥିଲେ, ଯେଉଁମାନେ ବେଶିରଭାଗ ବିଲ୍ଡିଂରୁ ଡେଇଁ ପଡ଼ିବା କିମ୍ବା ଆତଙ୍କଜନିତ ଆଘାତ ଯୋଗୁଁ ଆହତ ହୋଇଥିଲେ।

Leave A Reply

Your email address will not be published.