ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ମହିଳା ଥାନା ASI

0

ଓଡ଼ିଆ ନ୍ୟୁଜ୍: ଭିଜିଲାସନ୍ସ ଜାଲରେ ମହିଳା ଥାନା ଏଏସଆଇ। ଲାଞ୍ଚ ନେବାବେଳେ ବବିତାଙ୍କୁ  ଧରିଛି ଭିଜିଲାସନ୍ସ। ମହିଳା ଥାନାର ମହିଳା ଏଏସଆଇ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ଭିଜିଲାସନ୍ସ ଟିମ୍‌ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ କରିଛି। ଏକ ମାମଲା ରଫାଦଫା ପାଇଁ ଉକ୍ତ ପୋଲିସ ଏଏସ୍‌ଆଇ ଜଣଙ୍କ ଟଙ୍କା ଲାଞ୍ଚ ନେଉଥିବା ଜଣାପଡ଼ିଛି। ତାଙ୍କର ବାସଭବନ ସମେତ ଅନେକ ସ୍ଥାନରେ ଟିମ୍‌ ଚଢ଼ାଉ କରିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.