ବିଏମସି ପଳିବ ଡ୍ରାୟ ଡେ’

0

ଓଡ଼ିଆ ନ୍ୟୁଜ୍: ବିଏମସି ପଳିବ ଡ୍ରାୟ ଡେ। ଆସନ୍ତାକାଲିଠୁ BMC ପାଳିବ ଡ୍ରାଏ ଡେ । ଡେଙ୍ଗୁ ପ୍ରତିହତ ପାଇଁ ଡ୍ରାଏ ଡେ ପାଳନ କରାଯିବ । ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ ନେଇ କର୍ପୋରେଟରଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ ରହିବେ ।ବିଏମସିର ୭୦ କର୍ମଚାରୀ ବିଭିନ୍ନ ୱାର୍ଡରେ ବୁଲି ତେଲ ସ୍ପ୍ରେ କରିବେ । ୱାର୍ଡରେ ବୁଲୁଥିବା ସଫେଇ ଗାଡ଼ି ମାଧ୍ୟମରେ ସଚେତନତା କରାଯିବ ।

ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, “ଲୋକମାନେ ଯେତେ ସଚେତନ ହେବେ, ଡେଙ୍ଗୁ ସେତେ ଦୂରେଇବ । ତେଣୁ ସଫା ସୁତୁରାକୁ ଗୁରୁତ୍ୱ ଦେବା ଦରକାର । ଯେଉଁଠି ବର୍ଷା ପାଣି ଜମି ରହିବ ସେଇଠି ମଶା ଲାର୍ଭା ରହିଯାଆନ୍ତି । ଏଣୁ ସେସବୁରେ ଧ୍ୟାନ ଦେଇ କିପରି ପାଣି ନଜମିବ ସେନେଇ ସମସ୍ତଙ୍କୁ ସଚେତନ ରହିବାକୁ ନିବେଦନ ।”

Leave A Reply

Your email address will not be published.