ମାନସ ସ୍ବାଇଁ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶ୍ରମିଷ୍ଠା ରାଉତକୁ ନେଇ ସିନ ରିକ୍ରିଏଟ କରିଛି। ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ଶର୍ମିଷ୍ଠାଙ୍କ ପ୍ରଥମେ ଚାନ୍ଦବାଲିର ପାଳାସପୁରରେ ନେଇ ପହଞ୍ଚିଥିଲେ ସେଠାରେ ମାନସ ଯେଉଁ ବିବାହର ସୁଟିଂ ପାଇଁ ଯାଇଥିଲେ ଓ ଯେଉଁ ଜାଗାରୁ ତାଙ୍କୁ ଅପହରଣ କରାଯାଇଥିଲା ସେହି ସ୍ଥାନକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା। ପାଖରେ ଥିବା ବଧିମୁହାଁ ସାହିର ଦୋଳ ମଣ୍ଡପରେ ସେମାନେ ବସିଥିଲେ। ସେଇଠି ବସି ମାନସକୁ ଅପହରଣ କରିବା ଲାଗି ଷଡଯନ୍ତ୍ର ରଚିଥିଲେ ବୋଲି ଶର୍ମିଷ୍ଠା କହିଥିବା କୁହାଯାଉଛି। ତାପରେ ଶର୍ମିଷ୍ଠାଙ୍କୁ ସେଠାରୁ ପୁଣି ଭୁବନେଶ୍ୱର ଦୟାଲ ଆଶ୍ରମ ନିଆଯାଉଛି। ଆଶ୍ରମ ଭିତରେ ମାନସଙ୍କୁ କିପରି ହତ୍ୟା କରାଗଲା ତାହା ମଧ୍ୟ କରି ଦେଖାଇବେ ଶର୍ମିଷ୍ଠା। ଏହାପରେ ପୁଣି ତାଙ୍କୁ ମାନସଙ୍କ ମୃତ ଦେହ ଫିଙ୍ଗା ଯାଇଥିବା ନୟାଗଡ଼ ଜିଲ୍ଲା ରଣପୁରର ସେହି ସ୍ଥାନକୁ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।
ସେପଟେ ଗତକାଲି ରଂଜନ ନାୟକ ସତ ମାନିଥିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରେସ ରିଲିଜ୍ ଜରିଆରେ ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଛି ଯେ ପଚରାଉଚରା ବେଳେ ଅଭିଯୁକ୍ତ ରଂଜନ ନାୟକ ମୃତ ମାନସ ସ୍ବାଇଁଙ୍କୁ ଚାନ୍ଦବାଲି ଥାନା ଅଧୀନରେ ଥିବା ପଳାସପୁରରୁ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ଭାଗିଧର ନାୟକ, ନିଲୁ ଓରଫ ବିବେକଙ୍କୁ ଶର୍ମିଷ୍ଠା ରାଉତଙ୍କ କାରରେ ଆଣିଥିବାର ସ୍ୱୀକାର କରିଛନ୍ତି। ସେମାନେ ଦୟାଲ ଆଶ୍ରମରେ ଅତି ନିର୍ମମ ଭାବରେ ମାନସଙ୍କୁ ହତ୍ୟା କରିଥିଲେ।ମୃତ୍ୟୁ ପରେ ସେମାନେ ମାନସଙ୍କୁ ମୃତଦେହକୁ ଶର୍ମିଷ୍ଠାଙ୍କ କାରରେ ନେଇ ନୟାଗଡ଼ ରଣପୁର ଅଞ୍ଚଳରେ ପୋତି ଦେଇଥିଲେ।