ପ୍ରବଳ ବର୍ଷା, ଓଡିଶାକୁ ରେଡ ଅଲର୍ଟ

0

ଓଡ଼ିଆ ନ୍ୟୁଜ୍: ଓଡିଶାକୁ ରେଡ ଅଲର୍ଟ। ପ୍ରବଳ ବର୍ଷା ନେଇ ଓଡିଶା ସମେତ 4 ରାଜ୍ୟକୁ ନେଇ ରେଡ୍ ଆଲର୍ଟ।ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ରେଡ୍ ଆଲର୍ଟ।ଆସାମ ଓ ମେଘାଳୟକୁ ବି ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପବନ ବହୁଛି । ଏହା ପ୍ରଭାବରେ ବର୍ଷା ଲାଗି ରହିଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ।

ଏହାର ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଦିନ ତମାମ ବର୍ଷା ଲାଗି ରହିବ । ପଶ୍ଚିମ ଦିଗରୁ ପବନ ଆସୁଥିବା ବେଳେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ । ଖାସ୍ କରି ଢେ଼ଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆରବ ସାଗରରୁ ମଧ୍ୟ ଜଳୀୟ ବାଷ୍ପ ରହୁଛି । ଏହା ପ୍ରଭାବରେ ମଝିରେ ମଝିରେ ଗୁଳୁଗୁଳି ଅନୁଭୂତ ହେବା ନେଇ ପାଣିପାଗ ବିଶେଷଜ୍ଞ ତଥା ସୋଆ ସିଇସି ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ।

Leave A Reply

Your email address will not be published.