୨ ଦଳିତଙ୍କୁ ଅଧା ଲଣ୍ଡାକରି ଚଲେଇବା ଘଟଣା, ୭ ଜଣ ଗିରଫ

0

ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଜିଲା ଧରାକୋଟ ଥାନା ଖାରିଗୁମ୍ମା ଗାଁରେ ଗୋଚାଲାଣ ଅଭିଯୋଗରେ ୨ଜଣ ବ୍ୟକ୍ତିଙ୍କୁ ଅଧାଲଣ୍ଡା କରି ଆଣ୍ଠୁରେ ଚଲାଇବା ସହ ନିର୍ଯାତନା ଦିଆଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଛତ୍ରପୁରଠାରେ ସୂଚନା ଦେଇଛନ୍ତି।

ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ଏଥିସହ ତଦନ୍ତ କରି ଖୁବ ଶୀଘ୍ର କୋର୍ଟରେ ଚାର୍ଜସିଟ ଦଖଲ ହେବ। କିଭଳି ଶୀଘ୍ର ଶୁଣାଣି ହେବ ସେ ଉପରେ ଧ୍ୟାନ ଦେବୁ ବୋଲି ଗଞ୍ଜାମ ଏସପି କହିଛନ୍ତି ନିର୍ଯ୍ୟାତିତ ମାନଙ୍କୁ ଏହି ମାମଲା ସମ୍ବଧିୟ କ୍ଷତିପୂରଣ ମିକିବ। ଥଇଥାନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.