ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

0

ଓଡ଼ିଆ ନ୍ୟୁଜ୍: ଆହୁରି ସପ୍ତାହେ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା। ଅତ୍ୟଧିକ ବର୍ଷା ପାଇଁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୁଳ, ଢେ଼ଙ୍କାନାଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା ।

ଏହି ଜିଲ୍ଲା ଗୁଡ଼ିକରେ ବିଜୁଳି ଘଡ ଘଡି ଜନିତ ବର୍ଷା ମଧ୍ୟ ହୋଇପାରେ । ଏଥିସହ ଝଡି ପବନ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ରହିବ । ସେହିପରି ପ୍ରବଳ ବର୍ଷା ପାଇଁ ବରଗଡ, ସୋନପୁର, ବୌଦ୍ଧ ଜଗତସିଂହପୁର, କଟକ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ଏଭଳି ପାଗ ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ ।

Leave A Reply

Your email address will not be published.