ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ।ଦିନକ ପରେ ନେଇଥାନ୍ତେ ଚାକିରିରୁ ଅବସର। ସୋମବାର ଗଞ୍ଜାମ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା ନିଜ ଚାକିରି ଜୀବନରୁ ଅବସର ନେଇଥାନ୍ତେ। କିନ୍ତୁ ବିଧିର ବିଧାନ ଶନିବାର ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ସହକାରୀ ଯନ୍ତ୍ରୀ ପଣ୍ଡାଙ୍କ ବିଭିନ୍ନ ବାସଗୃହ ଆଦି ସ୍ଥାନରେ ଚଢ଼ାଉ ହୋଇଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଥିସହ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସର ଏକ ଟିମ ଚଢ଼ାଉ କରିଛି। ସହକାରୀ ଯନ୍ତ୍ରୀଙ୍କ ପ୍ରକୋଷ୍ଠରେ ଦୀର୍ଘ ସମୟ ଧରି ଏସଆଇ ସୌମ୍ୟ ରଞ୍ଜନ ପଣ୍ଡା, ଏ ଏସଆଇ ପ୍ରତାପ କୁମାର ଶତପଥୀ ପ୍ରମୁଖ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ ।
ସେଠାରୁ ଦୁଇ ପେକେଟ ବିସ୍କୁଟ ମିଳିଥିବା ଶୁଣିବାକୁ ମିଳିଛି।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ ଟି ସ୍ଥାନରେ ଚଢ଼ାଉ ହୋଇଥିଲା । ବ୍ରହ୍ମପୁର ରାମହରି ନଗରରେ ଥିବା ସୁଶୀଲଙ୍କ ବାସଭବନ, ଆଙ୍କୁଲି ମୁକ୍ତେଶ୍ୱର ଆପାର୍ଟମେଣ୍ଟର ଦୁଇଟି ଫ୍ଲାଟ, ପୁରୀ ଚୁଡଙ୍ଗ ସାହି, କବିସୂର୍ଯ୍ୟନଗର ଗୁଡିଆଳିର ତାଙ୍କର ପୈତୃକ ଘର, ପୁରୁଷୋତ୍ତମପୁର ବେଢ ଗାଁରେ ଥିବା ତାଙ୍କର ପୈତୃକ ଘର ସହ ଗଞ୍ଜାମ ବ୍ଲକ କାର୍ଯ୍ୟାଳୟରେ ଏକକାଳୀନ ଭାବେ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।