ଖୋଲିଲା ହୀରାକୁଦର 20 ଗଟେ

0

ଓଡ଼ିଆ ନ୍ୟୁଜ୍: ଖୋଲିଲା ହୀରାକୁଦର 20ଟି ଗଟେ।ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ମହାନଦୀର ତଳିଆ ଅଞ୍ଚଳରେ ଥିବା ୧୨ ଜିଲ୍ଲାପାଳଙ୍କ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

ଆଜି ସକାଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ନଦୀବନ୍ଧର ବାମପାର୍ଶ୍ୱର ଅର୍ଥାତ୍ ହୀରାକୁଦ ପଟର ୭ ନମ୍ବର ସ୍ପିଲ୍‌ୱେକୁ ଖୋଲାଯାଇଛି ।ବଢ଼ୁଛି ହୀରାକୁଦ ଡ୍ୟାମ୍‌ ଜଳସ୍ତର; ଖୋଲିଲା ଆଉ ୮ଟି ଗେଟ୍‌। ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ ଚାଲିଛି।ଉପରମୁଣ୍ଡରେ ବର୍ଷା ପାଇଁ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ।ବାମପଟର ୧୩ ଓ ଡାହାଣ ପଟର ୭ଟି ଗେଟ୍‌ ଖୋଲିଲା

ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ୬୦୮.୩୧ ଫୁଟ୍‌ ଛୁଇଁଥିବା ଜଣାପଡିଛି । ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଜଳଭଣ୍ଡାରରେ ଦ୍ରୁତଗତିରେ ବନ୍ୟାଜଳ ଭର୍ତ୍ତି ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷରୁ ଅଧିକ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ପର୍ୟ୍ୟାୟକ୍ରମେ ୧୨ ଟି ଗେଟ୍ ଖୋଲାଯିବ । ସକାଳୁ ସାଇରନ ବଜାଇ ପ୍ରଥମେ ସତର୍କ କରାଯାଇଥିଲା ।

ଉପର ମୁଣ୍ଡରେ ବର୍ଷା ଦେଖି ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସକାଳୁ ସତର୍କ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା । ହୀରାକୁଦ ଉପର ମୁଣ୍ଡରେ ସପ୍ତାହେ ହେଲା ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଜଳଭଣ୍ଡାରର ଜଳସ୍ତର ୬୦୯ ଦଶମିକ ୩୩ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୦ ହଜାର ୨୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୮ ହଜାର ୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

Leave A Reply

Your email address will not be published.