ରଥରେ ଚାପି ହୋଇ ୬ ଆହତ

0

ଓଡ଼ିଆ ନ୍ୟୁଜ୍: ରଥରେ ଚାପି ହୋଇଗଲେ ୬ ଜଣ। ବିନିକା କଂସାରୀପଡ଼ାରେ ଅନୁଷ୍ଠିତ ବାହୁଡ଼ାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ରଥରେ ଚାପି ହୋଇ ୩ ନାବାଳକ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଆହତମାନଙ୍କ ମଧ୍ୟରୁ ଜଣେ ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଅଘଟଣକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.