ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି

0

ଓଡ଼ିଆ ନ୍ୟୁଜ୍: ରଥାରୂଢ଼ ଶ୍ରୀଜୀଉଙ୍କର ବଡ଼ ତଢ଼ାଉ ବେଶ ବା ସୁନାବେଶ ସମ୍ପୂର୍ଣ୍ଣ ହୋଇଅଛି। ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସୁଭଦ୍ରା ରଥ ଉପ‌ରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।

ଚତୁର୍ଦ୍ଧାମୂର୍ତ୍ତି ୧୩୮ ପ୍ରକାର ଅଳଙ୍କାରର ସଜ୍ଜିତ ହୋଇଛନ୍ତି। ପ୍ରାୟ ୨୦୮ କିଲୋଗ୍ରାମ୍ ଅଳଙ୍କାର ଚତୁର୍ଦ୍ଧା ମୂର୍ତ୍ତି ଧାରଣ କରିଛନ୍ତି।ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି।

ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି।ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ସୁନାବେଶ ପାଇଁ ପ୍ରବଳ ଜନସମାଗମ ହୋଇଛି।

Leave A Reply

Your email address will not be published.