୧୨ରେ ଓଡ଼ିଶା ଫେରିବେ ବିଜେଡି ନେତା ନବୀନ ପଟ୍ଟନାୟକ।

0

ଓଡ଼ିଆ ନ୍ୟୁଜ୍: ୧୨ରେ ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ।ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ମୁମ୍ବାଇରେ ଅପରେଶନ ପରେ ଓଡ଼ିଶା ଫେରିବେ ବୋଲି ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି। ଚିକିତ୍ସା ପାଇଁ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ।

ପରେ ସେ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସର୍ଭାଇକାଲ୍‌ ଆର୍ଥ୍ରରାଇଟସ୍‌ ଅସ୍ତ୍ରୋପଚାର କରାଯାଇଥିଲା। କିଛି ଦିନ ତଳେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ହେଲେ ସେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁମ୍ବାଇରେ ରହିଛନ୍ତି।

Leave A Reply

Your email address will not be published.