ଜମିବାଡ଼ି ବିବାଦ, ମାଆର ଜୀବନ ନେଲା ପୁଅ

0

ଓଡ଼ିଆ ନ୍ୟୁଜ୍: ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ । ମାଆର ତଣ୍ଟିଚିପି ହତ୍ୟା କଲା ନୃଶଂସ ପୁଅ । ଗଞ୍ଜାମ ଜିଲ୍ଲା ଆସିକାରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଜମିବାଡ଼ିକୁ କେନ୍ଦ୍ର କରି ମାକୁ ହତ୍ୟା କରିଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ହତ୍ୟା । ଆସିକା ଥାନା ଦନ୍ତାରି ବଗଡ଼ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅ ଘଟାଇଛି ଏହି ବର୍ବର କାଣ୍ଡ। ମୃତ ମହିଳା ହେଲେ ୭୫ ବର୍ଷୀୟା ଲଷ୍ମୀ ବରାଡ଼।

ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲରେ ରଖି ତଦନ୍ତ କରୁଛି ।ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ରାତି ପ୍ରାୟ ୩ଟାରେ ଘଟଣା ଜଣାପଡିଥିଲା । ଖବର ପାଇ ମୃତ ମା’ର ତିନି ଝିଅ ଦନ୍ତାରିବଗଡ ଗାଁରେ ପହଞ୍ଚି ଥିଲେ । ଏହା ପରେ ଆସିକା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗାଙ୍ଗପୁର ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.