ବିଜେଡି ହାତରୁ ଖସିଯିବ ଧର୍ମଶାଳା, ଅନାସ୍ଥା ପୂର୍ବରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଣବଙ୍କ ଭାଇ

0

ଓଡ଼ିଆ ନ୍ୟୁଜ୍: ବିଜେଡି ହାତରୁ ଖସିବ ଧର୍ମଶାଳା। ଯାଜପୁର ଧର୍ମଶାଳା ରାଜନୀତିରେ ବଡ ଟୁଇଷ୍ଟ । ଅନାସ୍ଥା ପୂର୍ବରୁ ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଭାତ ବଳବନ୍ତରାୟ । ଏହା ସହ ବିଜେଡି ହାତରୁ ଖସିଛି ଧର୍ମଶାଳା ବ୍ଲକ । ହାଇଭୋଲଟେଜ ଲଢ଼େଇ ପୂର୍ବରୁ ହାତ ଟେକି ଦେଇଛନ୍ତି ପ୍ରଭାତ । ୪୫ ପଞ୍ଚାୟତ ବିଶିଷ୍ଟ ଧର୍ମଶାଳା ବ୍ଲକରେ ୨୦୧୭ରୁ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଥିଲେ ପ୍ରଭାତ । ନୂଆ ସରକାର ଆସିବା ପରେ ପ୍ରଭାତଙ୍କ ନାଁରେ ସରକାରୀ କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ କରି ୩୮ ସରପଞ୍ଚ ଆଣିଥିଲେ ଅନାସ୍ଥା ।

୨୨ ତାରିଖରେ ଅନାସ୍ଥା ଭୋଟ୍‌ ପୂର୍ବରୁ ଇସ୍ତଫା ଦେଇଛନ୍ତି ପ୍ରଭାତ । ଚର୍ଚ୍ଚା ହେଉଛି, ସ୍ବାଧୀନ ବିଧାୟକ ହିମାଂଶୁ ସାହୁଙ୍କ ରାଜନୈତିକ ଗୋଟି ଚାଳନାରେ ଅନାସ୍ଥାରେ ହାରିଯିବାର ଆଗୁଆ ଆଭାସ ପାଇଥିଲେ ପ୍ରଭାତ । ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇ ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ପ୍ରଭାତ । ହେଲେ ଭିଡିଓ ବାର୍ତ୍ତାରେ ପଞ୍ଚାୟତ ପ୍ରତିନିଧିଙ୍କ ସୁରକ୍ଷା ଦୃଷ୍ଟିରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କହିଥିଲେ ।

Leave A Reply

Your email address will not be published.