ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ Z ସୁରକ୍ଷା

0

ଓଡ଼ିଆ ନ୍ୟୁଜ୍: ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ବ୍ୟବସ୍ଥା । ରେଖା ଗୁପ୍ତାଙ୍କୁ Z କ୍ୟାଟାଗୋରୀ ସୁରକ୍ଷା ପ୍ରଦାନ କଲେ କେନ୍ଦ୍ର ସରକାର । ଆକ୍ରମଣ ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଲା ଗୃହ ମନ୍ତ୍ରାଳୟ । ରେଖା ଗୁପ୍ତାଙ୍କ ସୁରକ୍ଷା ଦାୟିତ୍ବରେ ରହିବେ CRPF ଯବାନ । କାଲି ଜନଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କେନ୍ଦ୍ରୀୟ ସୁରକ୍ଷାପ୍ରାପ୍ତ ନଥିଲେ। ଆକ୍ରମଣ ପୂର୍ବରୁ ତାଙ୍କ ସୁରକ୍ଷା ଦାୟିତ୍ୱ ଦିଲ୍ଲୀ ପୋଲିସ ଉପରେ ଥିଲା। ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଅଧୀନରେ ରେଖା ଗୁପ୍ତାଙ୍କୁ CRPF Z ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.