ଓଡ଼ିଆ ନ୍ୟୁଜ୍: ଘରେ ପଶି ବୃଦ୍ଧଙ୍କୁ ଦଳି ମାରିଦେଲା ଦାନ୍ତ। ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଗାଁରେ ଦନ୍ତା ଆତଙ୍କ।ଘରେ ପଶି ଧାନ ଚାଉଳ ଖାଇବା ସହ ଦଳି ମାରିଦେଲା ଦନ୍ତା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ଥମୁନି ହାତୀପଲଙ୍କ ଉପଦ୍ରବ । ଏକ ୩୦ ଟିକିଆ ହାତୀପଲ ବିଳମ୍ବିତ ରାତିରେ ଜ୍ୟୋତିପୁର ବିଟ୍ ଅନ୍ତର୍ଗତ ବର୍ଦ୍ଧନା, ଆଙ୍କୁଡ଼ି, ନିଉଣ୍ଡି, ଖୁଣ୍ଟାପଡା, ଟାଙ୍ଗରପଡା ଗ୍ରାମରେ ଆତଙ୍କ ଖେଳାଇ ୭ରୁ ଅଧିକ ଘର ଭାଙ୍ଗି ଦେଇଥିବା ବେଳେ ଏକ ଦନ୍ତା ବର୍ଦ୍ଧନା ଗ୍ରାମରେ ଘରେ ପଶି ବୃଦ୍ଧାଙ୍କୁ କଚାଡି ମାରିଦେଇଛି।
ମୃତକ ହେଲେ ଶରଧା ଖିଲାର ଗ୍ରାମ ବର୍ଦ୍ଧନା । ରାତିରେ ଶୋଇଥିବା ଅବସ୍ଥାରେ ଦନ୍ତା ହାତୀଟି ଘର ଭାଙ୍ଗି ବୃଦ୍ଧା ଜଣଙ୍କୁ ମାରିଥିବା ଅଭିଯୋଗ ହୋଇଛି । ତେବେ ବନବିଭାଗ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିବା କଥା କିନ୍ତୁ ବନବିଭାଗକୁ ଖବର ଦେଲା ପରେ ବୃଦ୍ଧାଙ୍କୁ ବନ ବିଭାଗ କର୍ମଚାରୀ ଉଦ୍ଧାର କରି ପ୍ରଥମେ ଭଣ୍ଡା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଉଥିବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଛି ।