ଓଡ଼ିଆ ନ୍ୟୁଜ୍: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକଂପ ଝଟ୍କାରେ ମୃତ୍ୟୁସଂଖ୍ୟା ୮ ଶହ। ମୃତ୍ୟୁସଂଖ୍ୟା ୮୦୦କୁ ବୃଦ୍ଧି ନେଇ ସ୍ପଷ୍ଟ କଲା ଆଫଗାନିସ୍ତାନ ଗୃହ ମନ୍ତ୍ରାଳୟ।୨ ହଜାର ୫ ଶହରୁ ଅଧିକ ଆହତ ହୋଇଥିବା ସୂଚନା।୬.୦ ତୀବ୍ରତାର ଝଟ୍କା, ସବୁଠୁ ଅଧିକ କ୍ଷତିଗ୍ରସ୍ତ କୁନାର ପ୍ରୋଭିନ୍ସ।ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି।
ସୂଚନା ଅନୁସାରେ ଅଗଷ୍ଟ ୩୧ ତାରିଖ ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ଘଟିଥିବା ଭୂମିକମ୍ପ ଧ୍ୱଂସକାରୀ ସାବ୍ୟସ୍ତ ହୋଇଛି। ପାକିସ୍ତାନ ସୀମା ନିକଟରେ ପୂର୍ବ ଆଫଗାନିସ୍ତାନରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ଥିଲା ବୋଲି କୁହାଯାଉଛି। ରାତିରେ ଭୂକମ୍ପ ହୋଇଥିବାରୁ ମୃତ୍ୟୁସଂଖ୍ୟା ଅଧିକ ଥିବା କୁହାଯାଉଛି। ତାଲିବାନ ସରକାରଙ୍କ ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ଏହି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୮୦୦ ରୁ ଅଧିକ ହୋଇଛି। ଏହା ବ୍ୟତୀତ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଏହା ସହିତ ବହୁମୂଲ୍ୟ ସମ୍ପତ୍ତିର କ୍ଷତି ଘଟିଛି।