ଓଡ଼ିଆ ନ୍ୟୁଜ୍: ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ପରିଚାଳନା କମିଟିର ଅନୁମୋଦନ।ସୁପରିଚାଳନା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି।କମିଟିରେ ୯ ଜଣ ସଦସ୍ୟ ଅଛନ୍ତି, ସବୁ ଦିଗରୁ ଅନୁଧ୍ୟାନ କରିବେ।ସମ୍ପୃକ୍ତ ନିଯୋଗ ସହ ଭଲ ଭାବେ ଆଲୋଚନା କରିବେ।ଯେପରି ଭାବେ ମହାପ୍ରଭୁଙ୍କ ନୀତି ବିଳମ୍ବିତ ନ ହେବ ଗୁରୁତ୍ବ ଦେବେ।
ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନକୁ ଲାଗୁ କରାଯିବ।ଦରକାର ପଡ଼ିଲେ ଜିଲ୍ଲାପାଳଙ୍କ ନେତୃତ୍ବାଧୀନ କମିଟି ସଂଶୋଧନ କରିବ।‘ଖୁବ୍ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯାଉଛି’। ନାଟମଣ୍ଡପରେ ବାତ୍ତାନୁକୁଳ କରିବା ପାଇଁ ASI ମଧ୍ୟ ଅନୁମୋଦନ ଦେଇଛି।