ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ସୁଶୀଳା କାର୍କି

0

ଓଡ଼ିଆ ନ୍ୟୁଜ୍: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ ସୁଶୀଳା କାର୍କି।ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଲେ।ନେପାଳରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ରବିବାର ୧୪ ସେପ୍ଟେମ୍ବରରେ ସିଂହ ଦରବାରରେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଆକ୍ସନ ମୋଡରେ ଆସିଛନ୍ତି। ପ୍ରଥମେ ସେ ଯୁବବର୍ଗମାନଙ୍କ ଉପରେ ହୋଇଥିବା ବର୍ବରତାର ତଦନ୍ତ କରିବା ବିଷୟରେ କହିଛନ୍ତି। ସେ କହିଛନ୍ତି, ବର୍ବରତା ଘଟଣାରେ ସମ୍ପୃକ୍ତ ଲୋକଙ୍କର ତଦନ୍ତ କରାଯିବ।

କଠୋର ମନୋଭାବ ଦେଖାଇ ସେ କହିଛନ୍ତି, ମୁଁ ଏବଂ ମୋ ଦଳ ଏଠାକୁ କ୍ଷମତା ସ୍ୱାଦ ଚାଖିବାକୁ ଆସିନାହୁଁ। ଆମେ ଛଅ ମାସରୁ ଅଧିକ ସମୟ ରହିବୁ ନାହିଁ। ଆମେ ନୂତନ ସଂସଦକୁ ଦାୟିତ୍ୱ ହସ୍ତାନ୍ତର କରିବୁ। ଆପଣଙ୍କ ସହଯୋଗ ବିନା ଆମେ ସଫଳତା ପାଇ ପାରିବୁ ନାହିଁ।

 

Leave A Reply

Your email address will not be published.