ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ: ମୋଦି

0

ଓଡ଼ିଆ ନ୍ୟୁଜ୍: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ।GST ସଂସ୍କାର ନେଇ ଦେଲେ ବଡ଼ ସୂଚନା।କାଲିଠାରୁ ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ।ସବୁ ବର୍ଗର ଲୋକେ GST ସଂସ୍କାର ଦ୍ବାରା ଉପକୃତ ହେବେ। ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ କରିବ।୨୦୧୭ରେ ପ୍ରଥମ କରି GST ଲାଗୁ କରାଯାଇଥିଲା।ପୂର୍ବରୁ ଭିନ୍ନ ଭିନ୍ନ ଟ୍ୟାକ୍ସକୁ ନେଇ ଲୋକେ ହନ୍ତସନ୍ତ ହେଉଥିଲେ। ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଗରିବ ଲୋକଙ୍କୁ ପୂର୍ବରୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା।୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ GST ପାଇଁ ସଂକଳ୍ପ କରିଥିଲି। ଆଜି ସବୁ ରାଜ୍ୟକୁ ସାଥିରେ ନେଇ GST ସଂସ୍କାର ସମ୍ଭବ ହୋଇଛି।ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଆପଣାଯାଇ ପାରିଛି।ଭବିଷ୍ୟତକୁ ଆଖିରେ ରଖି ଏହି ସଂଶୋଧନ କରାଯାଇଛି। କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା ରଖି ଅନ୍ୟ ସ୍ଲାବ ଉଠିଛି।ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରକୁ ଆସିଛି।

୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ମଧ୍ୟ କରାଯାଇଛି।GST ସଂସ୍କାରରୁ ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ। ଛୋଟ ଛୋଟ ଦୋକାନୀ ମଧ୍ୟ ଏଥିରୁ ବେଶି ଉପକୃତ ହେବେ।ଆୟକର କମିବା ଓ GST ସଂସ୍କାର ଦ୍ବାରା ଅଢ଼େଇ ଲକ୍ଷ କୋଟି ଫାଇଦା। ସାଧାରଣ ବର୍ଗର ଲୋକେ ଅଢ଼େଇ ଲକ୍ଷ କୋଟି ଫାଇଦା ନେବେ।ଲଘୁ ଓ କୁଟିର ଉଦ୍ୟୋଗକୁ ମଧ୍ୟ ଡବଲ ଫାଇଦା ହେବ।ବିଦେଶୀ ସାମଗ୍ରୀରୁ ଆମକୁ ମୁକ୍ତି ପାଇବାକୁ ପଡ଼ିବ। ସବୁ ଘରକୁ ସ୍ବଦେଶୀର ପ୍ରତୀକ ବନାଇବାକୁ ପଡ଼ିବ।ଗର୍ବରେ କହିବା ଆମେ ସ୍ବେଦେଶୀ ସାମଗ୍ରୀ କ୍ରୟ କରୁଛୁ। ପ୍ରତି ରାଜ୍ୟ ନିବେଶ ପାଇଁ ରାସ୍ତା ଉନ୍ମୁକ୍ତ କରନ୍ତୁ।

Leave A Reply

Your email address will not be published.