ଓଡ଼ିଆ ନ୍ୟୁଜ୍:ବାଦଲ ଫଟା ବର୍ଷାରେ ପୁଣି ଧୋଇଗଲା କଳିଙ୍ଗା ଘାଟି ରାସ୍ତା।ପାହାଡ଼ରୁ ପ୍ରବଳ ବର୍ଷା ପାଣି ଆସିବାରୁ ଧୋଇଗଲା ମରାମତି।ନିର୍ମାଣ ଲାଗି ପଡିଥିବା ପଥର, ବାଲି ଓ ଗୋଡ଼ି ଧୋଇଗଲା।ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟରେ ବର୍ଷା ବାଧକ।ଭୁସ୍ଖଳନ ପରଠୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ।
ସେହିପରି ପୂର୍ବରୁ ଭୂସ୍ଖଳନ ହୋଇଥିବା ସ୍ଥାନରୁ ଆଉ କିଛି ଦୂରରେ ପୁଣି ଏକ କଲଭର୍ଟ ତଳୁ ଧୋଇ ହୋଇଯିବାରୁ ତାହା ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି। ଫଳରେ ମରାମତି କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଇଛି। ମରାମତି ପରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ଯେଉଁ ସମ୍ଭାବନା ଦେଖାଯାଇଥିଲା ତାହା ପୁଣି ଧୂଳିସାତ୍ ହୋଇଯାଇଛି। ମରାମତି କାର୍ଯ୍ୟରେ ନିୟୋଜିତ ମେଶିନ, ହାଇଓ୍ବା ଆଉ ମରାମତି ପାଇଁ ସାମଗ୍ରୀ ନେଇ ଉକ୍ତ ସ୍ଥାନରେ ପହଞ୍ଚିବା ଏକ ପ୍ରକାର ଠପ୍ ହୋଇଯାଇଛି। ପୂର୍ବରୁ ହୋଇଥିବା ଭୂସ୍ଖଳନ ସ୍ଥାନରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ପାହାଡ଼ରୁ ବଡ଼ ବଡ଼ ପଥର ଭାସି ଆସି ମରାମତି କାର୍ଯ୍ୟକୁ ପୁଣି ଥରେ ନଷ୍ଟ କରିଦେଇଛି।