ଓଡ଼ିଆ ନ୍ୟୁଜ୍: ତାମିଲନାଡୁ କରୁର ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୩୯କୁ ବୃଦ୍ଧି । ପୃଥକ ପୃଥକ ହସ୍ପିଟାଲ୍ରେ ୯୫ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି । କେତେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ସାଉଥ ଷ୍ଟାର ବିଜୟଙ୍କ ଟିଭିକେ ରାଲିରେ ଘଟିଛି ବଡ଼ ଅଘଟଣ । ସେପଟେ ଏଇ ଘଟଣା ଘଟିବା ପରେ ଗଭୀର ଦୁଃଖ ପ୍ରକାଶ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
କରୁର ଯାଇ ମୃତକଙ୍କ ପରିବାରକୁ ଭେଟି ଶାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । କୌଣସି ରାଜନୈତିକ ରାଲିରେ ଏପରି ପୂର୍ବରୁ ଘଟି ନ ଥିଲା ସେ କହିଛନ୍ତି । ଏହି ଘଟଣା ପରେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଗଠନ କଲେ ତଦନ୍ତ କମିଶନ । ଦଳାଚକଟା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ବିଜୟଙ୍କ ସଭାରେ ଆବଶ୍ୟକ ଠାରୁ ଅଧିକ ସଂଖ୍ୟକ ଲୋକ ଭିଡ଼ ହେବାରୁ ଏଭଳି ଅଘଟଣ ହୋଇଛି ।