ଛତ୍ରପୁରରୁ ୨୦ ଲକ୍ଷର ବାଣ ଜବତ

0

ଓଡ଼ିଆ ନ୍ୟୁଜ୍: ଛତ୍ରପୁର ସହରରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ।ଅତିରିକ୍ତ ତହସିଲଦାର, ଏସ୍‌ଡିପିଓଙ୍କ ଉପସ୍ଥିତିରେ ରେଡ୍‌ ବେଳେ ଜବତ। କାଲିଠାରୁ ବେଆଇନ ବାଣ ଜବତ ପାଇଁ ସହରରେ ଚାଲିଛି ରେଡ୍‌। ସେପଟେ କଳାହାଣ୍ଡିରେ ବି ଆଜି ବାଣ ଜବତ ହୋଇଛି। କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ପୁଲିସ ଆଜି ତେରେସିଂହାର ବେଲପଡ଼ା ସ୍ଥିତ ବ୍ୟବସାୟୀ ରାକେଶ କେଡିଆଙ୍କ କଲୋନିପଡ଼ାସ୍ଥିତ ଦୋକାନ ଗୋଦାମ ଘରୁ ବିପୁଳ ପରିମାଣରେ ବାଣ ଜବତ କରିଥିବା ଜଣାଯାଇଛିl ରିଷିଡ଼ା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କ ନେତୃତ୍ୱରେ ପୁଲିସ ଟିମ ଶ୍ରୀ କେଡ଼ିଆଙ୍କ ଗୋଦାମ ଘରେ ଚଢ଼ାଉ କରି ପାୟ ଦୁଇ ଲକ୍ଷ ଟଙ୍କାରୁ ଅଧିକ ପରିମାଣରେ ବାଣ ଜବତ କରିଥିବା ଜଣାଯାଇଛି।

ଏହି ଟିମ୍‌ରେ ଫାଣ୍ତି ଅଧିକାରୀ ଶ୍ରୀ ବିଡ଼ିକାଙ୍କ ସମେତ କନଷ୍ଟେବଳ ଭୁବନେଶ୍ୱରୀ ମାଝୀ, ସଂଜୀବ ସାହୁ, ଜ୍ୟୋତିର୍ମୟ ମହାନନ୍ଦ, କୈଳାସ ପୁଟେଲ ପ୍ରମୁଖ ସାମିଲ ହୋଇଥିଲେ। କିଛିଦିନ ପୂର୍ବେ ବୌଦ୍ଧ ଜିଲାର ବାଣ ବିସ୍ଫୋରଣ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଥିବା ବେଳେ ଲୋକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ବର୍ତ୍ତମାନ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଗତ କିଛି ଦିନ ତଳେ ରିଷିଡା ରେ ମଧ୍ୟ ଚଢ଼ାଉ କରାଯାଇଥିଲା।ବିନା ଲାଇସେନ୍ସ ରେ ବାଣ ବିକୁଥିବା ଦୋକାନୀ ମହଲରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି।

 

Leave A Reply

Your email address will not be published.