ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

0

ଓଡ଼ିଆ ନ୍ୟୁଜ୍: ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ।ମଇଦଲପୁର ଖଡ଼କା ଘାଟିରେ ଦୁର୍ଘଟଣା, ଆହତଙ୍କୁ ମେଡିକାଲରେ ଭର୍ତ୍ତି।ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି। ଘରୋଇ ବସ୍‌ଟି ଭବାନୀପାଟଣାରୁ ଜୟପୁର ଅଭିମୁଖେ ଆସୁଥିଲା। ଆହତମାନଙ୍କୁ ମୈଦଲପୁର ପୁଲିସ ଉଦ୍ଧାର କରି ମେଡିକାଲ ପଠାଇଛି। ଟ୍ରକ୍‌ ଡ୍ରାଇଭର ଚାପି ହୋଇ ରହିଥିବା ବେଳେ କୋକସରା ଓ ପାପଡ଼ାହାଣ୍ଡି ଅଗ୍ନିଶମ ବିଭାଗ ଓ ମୈଦଲପୁର ପୁଲିସ ମିଳିତ ଭାବେ ଉଦ୍ଧାର କରିଥିଲେ।

ସୂଚନା ପ୍ରକାରେ ଏସ୍‌ବିଏମ୍ଏସ୍ ନାମକ ଏକ ଘରୋଇ ବସ୍‌ (ଓଡ଼ି ୧୦ ଇ ୨୨୧୨) ଭବାନୀପାଟଣା ଠାରୁ ଜୟପୁର ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଟ୍ରକ୍‌ (ଡବ୍ଲ୍ୟୁ ବି ୧୫ ଇ ୧୦୦୬) ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ୍‌ ଡ୍ରାଇଭର ଚାପି ହୋଇ ମୃତ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଓ ପୁଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.