ଓଡ଼ିଆ ନ୍ୟୁଜ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା । ଚୀନ୍ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ । ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍ଚ । ଆମେରିକାର ବାଣିଜ୍ୟ ଯୁଦ୍ଧ । ଡ୍ରାଗନ୍ ବିରୋଧରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍ । ସମସ୍ତ ଚୀନ୍ ଆମଦାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି ଟ୍ରମ୍ପ ।
ଏଥିସହିତ ସେ ଆମେରିକାରେ ନିର୍ମିତ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେର୍ ଉପରେ ରପ୍ତାନି ନିୟନ୍ତ୍ରଣ ଘୋଷଣା ମଧ୍ୟ କରିଛନ୍ତି । ଟ୍ରମ୍ପ୍ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଚୀନ୍ ଉପରେ ବର୍ଷିଛନ୍ତି । ଚୀନ୍ ଏକ ଅସାଧାରଣ ଭାବରେ ଆକ୍ରମଣାତ୍ମକ ବାଣିଜ୍ୟ ମନୋଭାବ ଗ୍ରହଣ କରିଛି, ଯାହା ସମସ୍ତ ଦେଶକୁ ପ୍ରଭାବିତ କରିବ ବୋଲି ଟ୍ରମ୍ପ୍ କହିଛନ୍ତି ।