ଓଡ଼ିଆ ନ୍ୟୁଜ୍: ପୁଣି କଳିଙ୍ଗା ଘାଟିରେ ପ୍ରବଳ ବର୍ଷା; ଧୋଇଗଲା ଆଜିର କଂକ୍ରିଟ କାର୍ଯ୍ୟ।ଭୂସ୍ଖଳନ ଆଶଙ୍କା କରି କାମ କରୁଥିବା ଶ୍ରମିକ ସ୍ଥାନ ଛାଡ଼ିଲେ।ବର୍ଷା ଲାଗି ରହୁଥିବାରୁ କଳିଙ୍ଗା ଘାଟି ରାସ୍ତା ମରାମତି ପୁଣି ବିଳମ୍ବ ଆଶଙ୍କା। ଭୂସ୍ଖଳନ ପରଦିନ ଠାରୁ ଅସ୍ଥାୟୀ ରାସ୍ତା ତିଆରି ଚାଲିଛି କିନ୍ତୁ ପ୍ରତିଦିନ କଳିଙ୍ଗା ଘାଟିରେ ବର୍ଷା ଯୋଗୁ ଅସ୍ଥାୟୀ ରାସ୍ତା ନିର୍ମାଣରେ ବାଧା ସୃଷ୍ଟି ହେଉଛି। କାମ ଚାଲିଥିବା ସମୟରେ ବର୍ଷା ହେଲେ ଶ୍ରମିକମାନଙ୍କ ପ୍ରତି ବିପଦ ରହିଛି।ବର୍ଷା ହେଲେ ଶ୍ରମିକ ମାନେ ଭୟଭୀତ ହୋଇ କାମ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି।ଅସ୍ଥାୟୀ ରାସ୍ତା ତିଆରି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଶୁକ୍ରବାର ଦିନ ଲୁହ ରଡ଼ ପକାଇ ୮ ଇଞ୍ଚ ପର୍ଯ୍ୟନ୍ତ କଙ୍କ୍ରିଟ୍ ଢ଼ଳେଇ ହୋଇଥିବା ବେଳେ ଶନିବାର ପୁଣି ଆଉ ଏକ ପରସ୍ତ ୮ ଇଞ୍ଚ ପର୍ଯ୍ୟନ୍ତ କଙ୍କ୍ରିଟ୍ ଢ଼ଳେଇ ହୋଇଛି। ସୁରକ୍ଷା ଦୃଷ୍ଟିରୁ ରାସ୍ତାର ଉଭୟ ପାର୍ଶ୍ବରେ ଗାର୍ଡ ୱାଲ୍ ନିର୍ମାଣ କରାଯିବ। ଭୂସ୍ଖଳନ ସ୍ଥାନର ପାହାଡ଼ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଅଟକି ରହିଥିବା ବଡ଼ ପଥର ଗୁଡ଼ିକୁ ବ୍ଲାଷ୍ଟ କରିବା ଯୋଜନା ଆରମ୍ଭ ହୋଇଛି।