ଓଡ଼ିଆ ନ୍ୟୁଜ୍: ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ।ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଲା ବ୍ରହ୍ମପୁର ପୋଲିସ।ଜଣେ ସାର୍ପ ସୁଟର୍ ହୋଇଥିବା ପୋଲିସର ସୂଚନା। ଅନ୍ୟ ଜଣେ ରେକି ଟିମ୍ରେ ସାମିଲ ଥିବା ସୂଚନା।ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଜେରା।ହତ୍ୟାକାଣ୍ଡ ପଛରେ ବିହାର ଲିଙ୍କ୍ ଥିବା ପୂର୍ବରୁ ସନ୍ଦେହ କରିଛି ପୁଲିସ । ବିହାରୀ ବନ୍ଧୁକରେ ପୀତବାସଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଏ ଦିଗରେ ଏବେ ପୁଲିସ ତଦନ୍ତ ଚଳାଇଛି । ପୀତବାସଙ୍କ ହତ୍ୟାକାଣ୍ଡକୁ ୧୧ ଦିନ ବିତିଲାଣି ।
ଅନ୍ୟପଟେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଜେରା କରୁଥିବା ସୂଚନା ଆସିଛି। ଗତ ୬ ତାରିଖ ରାତିରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ପଏଣ୍ଟ୍ ବ୍ଲାଙ୍କରୁ ଗୁଳିକରି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ଏ ଘଟଣାରେ ରାଜ୍ୟ ବାହାର ଅପରାଧୀଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କୁ କଣ ପାଇଁ କିଏ ହତ୍ୟା କଲା, ତାହା ଏଯାଏଁ ପ୍ରଶ୍ନବାଚୀ ହୋଇ ରହିଛି। ପୀତବାସଙ୍କ ହତ୍ୟା ଘଟଣାକୁ ଅନେକ ଦିନ ବିତିଲାଣି । ତଥାପି ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇନି ।