ଓଡ଼ିଆ ନ୍ୟୁଜ୍: ଜଳି ପାଉଁଶ ହୋଇଗଲା ୨ଟି ବାଣ ଦୋକାନ।ରମ୍ଭା ସହରରେ ଥିବା ୨ଟି ବାଣ ଦୋକାନ ଜଳି ପୋଡ଼ି ପାଉଁଶ।ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ଦମକଳ ବାହିନୀ।ଦୀପାବଳି ପୂର୍ବରୁ ରମ୍ଭା ସହରରେ ରବିବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଧୋବାସୀ ପୋଖରୀ ନିକଟରେ ଖୋଲିଥିବା ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରତ୍ନାକର ବେହେରା ଏବଂ କାହ୍ନୁ ତରେଇଙ୍କ ୨ଟି ବାଣ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ବାଣ ପୋଡ଼ି ପାଉଁଶ ହୋଇଯାଇଛି।
ଖବର ପାଇ ରମ୍ଭା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ଟି ଗାଡ଼ି ସାହାଯ୍ୟରେ ନିଆଁକୁ ଆୟତ୍ତ କରିଛନ୍ତି। ଏପରିକି ନିଆଁ ଲିଭାଇବା ବେଳେ ବର୍ଷା ହେବାରୁ ନିଆଁକୁ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥିଲା।