ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ହେବ କହିଲେ ଜୟନାରାୟଣ।ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା। ‘ରାଜନୀତି ଯେଉଁଭଳି ମୋଡ଼ ନେଉଛି ବିଜେଡି ବିଲୁପ୍ତ ହେବ’।’ବିଜେଡିକୁ ବଞ୍ଚେଇ ରଖିବା ପାଇଁ ଚାହୁଁଛନ୍ତି କେନ୍ଦ୍ରୀୟ ନେତୃତ୍ୱ’। ‘ଆମେ ମଧ୍ୟ ଚାହୁଁ ନାହୁଁ ବିଜେଡି ବିଲୁପ୍ତ ହୋଇଯାଉ’। ନୂଆପଡ଼ାରେ ବିଜେପି ଏକପାଖିଆ ଜିତିବ: ଜୟନାରାୟଣ।’ବିଜେଡି ପାଖେ ପ୍ରାର୍ଥୀ ନଥିଲା, ଜିଲ୍ଲା ଡେଇଁ ଅତାବିରାରୁ ପ୍ରାର୍ଥୀ କଲେ’।’ବିଜେଡି ଲଢ଼ିବା ଭଳି ଲାଗୁନି, କେବଳ ଫିଲ୍ ଅନ୍ ଦ ବ୍ଲାଙ୍କସ୍’।’କଂଗ୍ରେସକୁ ଲୋକେ ପ୍ରତ୍ୟାଖାନ କରିଛନ୍ତି, ପ୍ରାର୍ଥୀଙ୍କୁ ବହିଷ୍କାର କରିଛନ୍ତି’।
ସେ ଆହୁରି କହିଛନ୍ତି,ନବୀନ ନା ବର୍ତ୍ତମାନ, ନା ଅତୀତ ନା ଭବିଷ୍ୟତ। ଅଣକଂଗ୍ରେସର ରାଜନୀତିର ପେଣ୍ଠ ହେଉଛି ବିଜେପି। ରାଜନୀତି ଅନେକ ମୋଡ଼ ନେଉଛି। ସେଇ ମୋଡ଼ ଭିତରେ ବିଜେଡି ବିଲୁପ୍ତ ହୋଇଯିବ। ଆମେ ଚାହୁଁଛୁ ବିଜେଡି ରହୁ। ଆମ କେନ୍ଦ୍ରୀୟ ନେତୃତ୍ବ ଚାହୁଛନ୍ତି ବିଜେଡି ରହୁ। ନହେଲେ ବିଜେଡି କେବେଠୁ ବିଲୁପ୍ତ ହୋଇ ସାରିଥାଆନ୍ତା। ବିଜେପି ବିରୁଦ୍ଧରେ ଥିବା ଭୋଟ ଗୁଡ଼ା ଭାଗ ଭାଗ ହେଇଯିବ, ସେଥିପାଇଁ ଚାହୁଁଚୁ ବିଜେଡି ବଞ୍ଚି ରହୁ। ଗଣମାଧ୍ୟମ ଆକଳନ କରୁ କାହିଁକି ମୁଁ ଏମିତି କହୁଛି।