କ୍ୟାବିନେଟ ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ପାରିତ

0

ଓଡ଼ିଆ ନ୍ୟୁଜ୍: କ୍ୟାବିନେଟ ବୈଠକରେ ୪ଟି ବିଭାଗର ୫ଟି ପ୍ରସ୍ତାବ ପାରିତ।କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ। ‘ଆହାର’ ପାଇଁ ଏଣିକି ବ୍ୟୟ ବହନ କରିବେ ରାଜ୍ୟ ସରକାର। ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷରେ ବ୍ୟୟ ହେବ ୫୧୨ କୋଟି। ‘ଆହାର’ ଭୋଜନ ମୂଲ୍ୟ ୨୩ ଟଙ୍କାରୁ ୨୭ ଟଙ୍କା ବୃଦ୍ଧି ନିଷ୍ପତ୍ତି। ମାତ୍ର ହିତାଧିକାରୀଙ୍କ ଅବଦାନ ୫ ଟଙ୍କାରେ ଅପରିବର୍ତ୍ତିତ।ସରକାର ‘ଆହାର’ ବାବଦକୁ ସବସିଡିରେ ୨୨ ଟଙ୍କା ବହନ କରିବେ।

ମୁଖ୍ୟ ଶାସନ ସଚିବ କହିଛନ୍ତି, ଆଜି କ୍ୟାବିନେଟ୍‌ରେ ଅନୁମୋଦନ ମିଳିଥିବା ପ୍ରସ୍ତାବ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, କୃଷି ଓ କୃଷକ ସଶକ୍ତି କରଣ ବିଭାଗର ଗୋଟିଏ, ବାଣିଜ୍ୟ ଓ ପରିବହନ ବିଭାଗର ଗୋଟିଏ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୨ଟି ସାମିଲ ରହିଛି।

Leave A Reply

Your email address will not be published.