ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ନେଇ ନବୀନଙ୍କ ସୂଚନା। ନିଜେ ନୂଆପଡ଼ା ଯାଇ ପ୍ରଚାର କରିବେ ନବୀନ। ଆସନ୍ତା ୩ରେ ନୂଆପଡ଼ା ଯିବେ କହିଲେ ନବୀନ। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନବୀନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ବାଜିରେ ଲାଗିଛି ନୂଆପଡ଼ା । ସମ୍ମାନର ବାଜି ଜିତିବାକୁ ସବୁ ବଳ କୌଶଳ ପ୍ରୟୋଗ କଲେଣି ତିନି ରାଜନୈତିକ ଦଳ । ଆଗକୁ ପ୍ରଚାର ମିଟର ବଢାଇବାକୁ ଓହ୍ଲାଇବେ ରଥୀ ମହାରଥୀ । ନୂଆପଡ଼ା କହିବ କାହାର ଲୋକପ୍ରିୟତା କେତେ? ସେପଟେ ଆଜିଠାରୁ ଆରମ୍ଭ ହୋଇଛି ହୋମ୍ ଭୋଟିଂ । ନୂଆପଡ଼ାରେ ବଢିଲାଣି ନିର୍ବାଚନୀ ପାରଦ । ଘମୋଘୋଟ ଚାଲିଛି ପ୍ରଚାର । ବଳ କଷାକଷି ହେଉଛନ୍ତି ବିଜେପି-ବିଜେଡି- କଂଗ୍ରେସ । ଆଉ ପ୍ରଚାରର ବୁଷ୍ଟର ଡୋଜ ଦେବାକୁ ମଇଦାନକୁ ଓହ୍ଲାଇବେ ବିଜେପିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିଜେଡି ମଙ୍ଗୁଆଳ ନବୀନ ପଟ୍ଟନାୟକ ।
ନୂଆପଡ଼ା ମୁକାବିଲା ମଇଦାନରେ ଆମ୍ନା ସାମ୍ନା ହେବେ ଦୁଇ ହେଭିୱେଟ୍ । ଆସନ୍ତା ସପ୍ତାହରେ ଦୁଇଦିନିଆ ପ୍ରଚାରରେ ଯିବେ ମୋହନ ମାଝୀ । ଅନେକ ସ୍ଥାନରେ ସମାବେଶ ସହିତ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି । ସେହିପରି ନବୀନ ପଟ୍ଟନାୟକ ଆସନ୍ତା ୩ ଓ ୭ ତାରିଖରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ବାଚନମଣ୍ଡଳୀରେ ଏ ପରୀକ୍ଷା ହେବ ।