ଓଡ଼ିଆ ନ୍ୟୁଜ୍: ପୁଣି ବଜେଡିକୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ଶ୍ରୀମୟୀ ବିଜେଡିକୁ ଟାଇଟନିକ୍ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି ଟାର୍ଗେଟ କରିଛନ୍ତି। ନାଁ ନ ନେଇ ସୁଜାତା ପାଣ୍ଡିଆନଙ୍କୁ ଶକ୍ତି ନାନି କହି ବାଣ ମାରିଛନ୍ତି।ଶ୍ରୀମୟୀ ମିଶ୍ର ଫେସବୁକରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି । ଆଉ ଏହାକୁ ଟାଇଟାନିକ୍ ବୁଡାଇବାକୁ ବିଶ୍ୱସ୍ତରୀୟ ଯୋଜନାର ହେଡଲାଇନ୍ ବି ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ଶୁଣିବାକୁ ମିଳୁଛି ଶକ୍ତି ନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ ।
ନୂଆପଡ଼ାରେ ଯେମିତି ମାମୁଁଘର ମିଳୁନି, ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବି ବାପଘର ଠିକଣା ଖୋଜିବାକୁ ଡ୍ରାମା ହେବ । ହେଲେ ଯିଏ ଜାମସେଦପୁରରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିପାରିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ମିଶ୍ର । ଯାହାକି ସିଧା ସିଧା ସୁଜାତା ପାଣ୍ଡିଆନଙ୍କ ଆଡେ ଇଙ୍ଗିତ କରୁଛି ବୋଲି ଚର୍ଚ୍ଚା ହେଉଛି ।ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି, ଇଲେକ୍ସନ କମିସନ ଯାହାଙ୍କ ଶକ୍ତିରେ ବେଡ଼ି ପକାଇଥିଲେ, ଏବେ ସେ ନୂଆ ପରିଚୟ ଅପେକ୍ଷାରେ । ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଏବେ ଯୋଜନା ଚାଲିଛି ।